ଚୈତ୍ର ନବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍‍

ଚୈତ୍ର ନବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍‍

ଚୈତ୍ର ମାସର ଆରମ୍ଭ ହୋଇ ସାରିଛି। ଚୈତ୍ର ମାସରେ ମୁଖ୍ୟ ପର୍ବ ହେଉଛି ଚୈତ୍ର ନବରାତ୍ରୀ। ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କ ନଅଟି ରୂପକୁ ପୂଜାର୍ଚ୍ଚନା କରାଯାଏ। ମା’ଙ୍କୁ ସୁଖସମୃଦ୍ଧି ଓ ଧନର ଦେବୀ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ନବରାତ୍ରୀ ସମୟରେ ସମ୍ପୂର୍ଣ୍ଣ ଶ୍ରଦ୍ଧାଭାବରେ ମା’ଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ମନସ୍କାମନା ପୂରଣ ହୋଇଥାଏ। 

କିନ୍ତୁ ନବରାତ୍ରୀର ୯ ଦିନ ଯାକ ବ୍ରତ ରଖିବା ସମୟରେ କିଛି ନିୟମ ପାଳନ କରିବାକୁ ପଡିଥାଏ । ଯାହାଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ଏହି ନିୟମ ପାଳନ ନକରିବେ ତେବେ ମାଙ୍କର ଆରାଧନାରେ ବିଘ୍ନ ଉପୁଜିଥାଏ । ଏହାଦ୍ୱାରା ମା କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ତେବେ ଆସନ୍ତୁ ଜାଣିବା ।

ନବରାତ୍ରୀ ସମୟରେ ଘରେ ପ୍ରସାଦର ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ସମୟରେ ସାତ୍ତ୍ୱିକ ଜିନିଷର ବ୍ୟବହାର କରନ୍ତୁ। 

ତେବେ କିଛି ନିୟମ

  1. ସମ୍ପୂର୍ଣ୍ଣ ନଅଦିନର ବ୍ରତ କରି ପାରିଲେ ହିଁ କଳସ ସ୍ଥାପନ କରନ୍ତୁ, ତିନିଦିନ ବା ଗୋଟିଏ ଦିନ ପାଇଁ କଳସସ୍ଥାପନ କରନ୍ତୁ ନାହିଁ ,ନଚେତ୍ ଦେବୀ କ୍ରୋଧିତ ହୁଅନ୍ତି |
  2. ସମ୍ପୂର୍ଣ୍ଣ ନଅଦିନର ବ୍ରତ କରି ପାରିଲେ ହିଁ ଅଖଣ୍ଡଜ୍ୟୋତି ପ୍ରଜ୍ବଳନ କରନ୍ତୁ ଏବଂ ଅଖଣ୍ଡଜ୍ୟୋତି ପ୍ରଜ୍ବଳନ କରାଉଥିଲେ ଯେପରି ଜ୍ୟୋତି ନ ଲିଭେ ସେଥିପ୍ରତି ଧ୍ୟାନ ରଖିବା ଦରକାର,
  3. ନବରାତ୍ରୀ ସମୟରେ ଯଦି ଆପଣ ଘରେ ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ସେହିସମୟରେ ଘରକୁ ବିଲକୁଲ ଖାଲି ଛାଡିକି ଯିବା ଉଚିତ୍ ନୁହେଁ ।
  4. ତୁଳସୀ, ଚନ୍ଦନ ଏବଂ ରୁଦ୍ରାକ୍ଷର ମାଳିର ଉପଯୋଗରେ ମା’ ଙ୍କ ମନ୍ତ୍ର ଜପ କରିପାରିବେ। 
  5. ଦେବୀଙ୍କୁ ପୁଷ୍ପ ଅର୍ପଣ କରିବା ପରେ ନଅ ଦେବୀଙ୍କ ଅନୁଯାୟୀ ପ୍ରସାଦ ଅର୍ପଣ କରନ୍ତୁ। ଏପରି ବ୍ରତ ପାଳନ କରିବା ଦ୍ବାରା ମା’ ପ୍ରସନ୍ନ ହୋଇଥାନ୍ତି।
  6. ନବରାତ୍ରୀବ୍ରତ କରୁଥିଲେ:- ଲୁଣ, ଆମିଷ, ପୋଡ଼ାଦ୍ରବ୍ୟ, ଅନ୍ୟମାନଙ୍କ ଗୃହର ଖାଦ୍ୟ, ଅନ୍ନ,ଗହମ, ନଡିଆ, ବିଧବା ହାତର ଖାଦ୍ୟ, ଅନ୍ୟର ଅଇଁଠା, ଅଗାଧୁଆ ଲୋକର ଛାଈ ପଡ଼ିଥିବା ଖାଦ୍ୟ ଖାଆନ୍ତୁ ନାହିଁ, ନଚେତ୍ ବ୍ରତ ଖଣ୍ଡିତ ହୁଏ |
  7. ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଅଟା, ଶାଗୁ, ବଗଡା ଲୁଣ ଏବଂ ଫଳ,କ୍ଷୀର, ଦହି ସେବନ କରିପାରିବେ।
  8. ନବରାତ୍ରୀବ୍ରତ କରୁଥିଲେ:- ସକାଳୁ ସକାଳୁ ବିଧବାନାରୀ,ଲଙ୍ଗଳାଛୁଆ, ମିଛୁଆ, ଗୋବ୍ରାହ୍ମଣନିନ୍ଦୁକ, ନାସ୍ତିକ ଙ୍କ ମୁଖ ଚାହାଁନ୍ତୁ ନାହିଁ |  
  9. ପାଣିକଖାରୁ କାଟନ୍ତୁ ନାହିଁ |
  10. ବ୍ରତଧାରୀ ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ୍ ନୁହେଁ ।
  11. ୯ଦିନ ଯାକ ବ୍ରତ ଧାରୀ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ଉଚିତ ।
  12. ତାନ୍ତ୍ରିକ ଙ୍କ ବ୍ୟତୀତ ଅନ୍ୟମାନେ କଳାରଙ୍ଗର ବସ୍ତ୍ର ପିନ୍ଧିବା ନିଷେଧ |
  13. ନବରାତ୍ରୀବ୍ରତ କରୁଥିଲେ ଦିନରେ ଶୁଅନ୍ତୁ ନାହିଁ, ଭୂମିଶୟନ କରନ୍ତୁ | 
  14. ଏହି ସମୟରେ ରସୁଣ ପିଆଜର ସେବନ କରନ୍ତୁ ନାହିଁ।
  15. ଏହି ସମୟରେ ଆମିଷ ସେବନ କରନ୍ତୁ ନାହିଁ।
  16. ଘରେ କେହି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
  17. ଧାର୍ମିକ ମାନ୍ୟତା ଅନୁଯାୟୀ, ବ୍ରତ ପାଳନ କରୁଥିଲେ ୯ ଦିନ ପର୍ଯ୍ୟନ୍ତ କେଶ,ଦାଢି କାଟନ୍ତୁ ନାହିଁ। ଏହି ସମୟରେ କେଶ ଓ ଦାଢି କାଟିଲେ ଭବିଷ୍ୟତରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।
  18. ନବରାତ୍ରୀ ସମୟରେ ନଖ ମଧ୍ୟ କାଟନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ନବରାତ୍ରୀ ପୂର୍ବରୁ ନଖ କାଟି ପାରିବେ।
  19. ନବରାତ୍ରୀ ସମୟରେ କୌଣସି ଚମଡା ଜାତୀୟ ଜିନିଷ ବ୍ୟବହାର କରନ୍ତୁ ନାହିଁ। ବେଲ୍ଟ,ଜୋତା, ପର୍ସ ଆଦିର ବ୍ୟବହାର କରନ୍ତୁ ନାହିଁ।
  20. ସେହିପରି ନବରାତ୍ରୀ ବ୍ରତ ଅବସରରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ନୁହେଁ  । ଏହା କରିବା ଦ୍ବାରା ଉପବାସ କରିବାର ଫଳ ପ୍ରାପ୍ତ ହୋଇନଥାଏ।
  21. ଅନେକ ସମୟରେ କିଛି ବ୍ୟକ୍ତି ହସ୍ତମୈଥୁନ କରନ୍ତି, ଯାହାକୁ ଦେବୀ ପରାଶକ୍ତି ତୀବ୍ର ଘୃଣା କରନ୍ତି |
  22. ମହିଳାମାନେ ମାସିକ ଧର୍ମର ସାତ ଦିନ ପର‌୍ୟ୍ୟନ୍ତ ଏହି ପୂଜା କରିବା ଅନୁଚିତ।
  23. ସକଳ ନାରୀଙ୍କୁ ମା ମାନି ପାଦତଳୁ ଦେଖିବାକୁ ଚେଷ୍ଟା କରନ୍ତୁ, ସ୍ତ୍ରୀଜାତି ର ସମ୍ମାନ କରନ୍ତୁ, ମିଛ କୁହନ୍ତୁ ନାହିଁ |

Post a Comment

0 Comments